ଶେଷ ହେଲା ତିନିଦିନିଆ ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ , ଯୋଗ ଦେଲେ ବଲିଓଡ଼ ନିର୍ଦେଶକ ଅମିତ ରାଏ, ଦର୍ଶକଙ୍କର ମନ ଜିଣିଲା କାଳଜୟୀ ଚଳଚିତ୍ର । ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଆରମ୍ଭ ହୋଇଥିବା ତିନିଦିନିଆ ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ ଆଜି ଶେଷ ହୋଇଛି । ନିରଦ ମହାପାତ୍ରଙ୍କ ପ୍ରସିଦ୍ଧ ‘ମାୟା ମିରିଗ’ କାଳଜୟୀ ଚଳଚ୍ଚିତ୍ର ପ୍ରଦର୍ଶନରୁ ଚଳଚିତ୍ର ଉତ୍ସବର ଶୁଭାରମ୍ଭ ହୋଇଥିଲା । ହଜିଯାଇଥିବା ପୁରୁଣା ଓଡ଼ିଆ ଫିଲ୍ମ ର ପ୍ରଚାର ପ୍ରସାର ସହ ନୂଆ ପିଢିଙ୍କୁ ଏହାର ଅସ୍ତିତ୍ବ ଓ ଇତିହାସ ସମ୍ପର୍କରେ ଜଣେଇବାର ଏହା ଏକ ସୁନ୍ଦର ପ୍ରୟାସ ହୋଇଥିବା ବେଳେ ତିନିଦିନରେ ୧୫ ଟି ଫିଲ୍ମ ଦେଖିଛନ୍ତି ଦର୍ଶକ।ବିଶେଷକରି ବିଶ୍ୱସ୍ତରରେ ଓଡ଼ିଆ ଚଳଚିତ୍ରକୁ ପରିଚୟ ଦେଇଥିବା ଓଡ଼ିଆ ଚଳଚିତ୍ର ଏଠାରେ ପଦର୍ଶିତ ହୋଇଛି । ଶେଷ ଦିନରେ ୫ ଟି ଫିଲ୍ମ ଯେପରିକି ଶୂନ୍ୟ ସ୍ୱରୂପ , ମଲା ଜହ୍ନ, ମୋକ୍ଷ , ଶେଷ ଦୃଷ୍ଟି ଓ ଶଲା ବୁଢାର ବଦଲା ଦେଖିଛନ୍ତି ଦର୍ଶକ।ତେବେ ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲରେ ଜାତୀୟ ଏବଂ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ୧୫ଟି ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିବା ବେଳେ ଜୁନ୍ ୭, ୮ ଓ ୯ ତାରିଖ, ୩ ଦିନ ଧରି ଚାଲିଥିଲା । ଏଥିପାଇଁ କୌଣସି ଦେୟ ନଦେଇ ଏହି ପୁରୁଣା ଚଳଚିତ୍ରକୁ ବେଶ ଉତ୍ସାହର ସହ ଦେଖିଛନ୍ତି ଦର୍ଶକ ।’’
ସେପଟେ ଏହି ଚଳଚ୍ଚିତ୍ର ମହୋତ୍ସବର ଅନ୍ୟ ଏକ ପ୍ରମୁଖ ଆକର୍ଷଣ ରହିଛି ଅଭିନୟ ଏବଂ ସ୍କ୍ରିନ ପ୍ଲେ ରାଇଟିଂ ଉପରେ ଯଥାକ୍ରମେ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ମୁକେଶ ଛାବ୍ରା ଓ ଅମିତ ରାଏଙ୍କ ମାଷ୍ଟର କ୍ଲାସ୍। ଏହି ମାଷ୍ଟର କ୍ଲାସ ଓଡ଼ିଶାର ଯୁବ ଅଭିନେତା ଓ ଚଳଚ୍ଚିତ୍ର ନିର୍ଦ୍ଦେଶକମାନଙ୍କ ପାଇଁ ବିଶେଷ ସହାୟକ ହେବ । ଏହି ଧାରାକୁ ନେଇ ଆଜି ଅର୍ଥାତ ଶେଷ ଦିନରେ ଅମିତ ରାଏଙ୍କ ମାଷ୍ଟର କ୍ଲାସ୍ ରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଯୁବ ଅଭିନେତା ଚଳଚିତ୍ର ନିର୍ଦେଶକ ଆସି ଯୋଗଦେଇଥିଲେ। ଆଉ ଅମିତ ରାଏଙ୍କ ସହ ୧ ଟୂ ୧ କଥା ହୋଇ ନିଜର ମନରେ ଗୋଟେ ଭଲ ଓ ଗୁଣବତା ସିନେମା କିଭଳି ପ୍ରସ୍ତୁତ କରିହେବ ତାର ଦ୍ଵନ୍ଦକୁ ଦୂର କରିଛନ୍ତି। ତେବେ ୮ତାରିଖରେ ଫିଲ୍ମ ନିର୍ମାତା ମୁକେଶ ଛାବ୍ରା ଉପସ୍ଥିତ ରହି ବମ୍ବେ ପାଇଁ କିଭଳି ଜଣେ କଳାକାର ପ୍ରସ୍ତୁତ ହେବେ, ସୁଯୋଗକୁ କିଭଳି ଉପଯୋଗ କରିବା, କାମ କିଭଳି ମିଳିବ ଓ ଅଡ଼ିଶନ୍ ସମ୍ପର୍କିତ ସବୁକିଛି ଉପରେ ଆଲୋଚନା କରିଥିଲେ । ଆଉ ଆଜି ଶେଷ ଦିନରେ ନିର୍ଦ୍ଦେଶକ ଅମିତ ରାଏଙ୍କ ମାଷ୍ଟରକ୍ଲାସ ରହିଥିବା ବେଳେ ଷ୍ଟୋରୀ କିଭଳି ଲେଖାଯିବ, ନିର୍ଦ୍ଦେଶନା କିଭଳି ଦିଆଯାଏ, ସ୍କ୍ରିନ ପ୍ଲେ ରାଇଟି”, ଚରିତ୍ର ଆଦି ସମ୍ପର୍କରେ ଆଲୋଚନା କରିଛନ୍ତି । ଏଭଳି କ୍ଲାସ ଯେଉଁମାନେ ବମ୍ବେ ଯାଇ କାମ କରିବାକୁ ଚାହୁଁଛନ୍ତି ତାଙ୍କୁ ଏହି ଫେଷ୍ଟିଭାଲ ସୁଯୋଗ ଭେଟିଦେବ ବୋଲି କୁହାଯାଇପାରିବ। ପ୍ରାୟତଃ ୨୦ରୁ ୨୨ବର୍ଷ ପରେ କେବଳ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ଏକ ଫେଷ୍ଟିଭାଲ ଆୟୋଜନ ହେଇଛି।ଦୀର୍ଘ ବର୍ଷର ବ୍ୟବଧାନ ପରେ କେବଳ ଓଡ଼ିଆ ସିନେମାକୁ ନେଇ ଏକ ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହେଉଥିବାରୁ ସମସ୍ତଙ୍କ ମନରେ ଖୁସି ଭରିଯାଇଛି। ଶେଷ ଦିନରେ ବିଶିଷ୍ଟ ଲେଖିକା ପ୍ରତିଭା ରାୟ ଯୋଗ ଦେଇ କହିଛନ୍ତି ମୌଳିକ କାହାଣୀ ସହ ସାହିତ୍ୟ ଗଳ୍ପ ଓ ଉପନ୍ୟାସ ର କାହାଣୀ ରେ ସୃଷ୍ଟ ସିନେମା ଏକ ସୁନ୍ଦର ସିନେମା ଦେଇଥାଏ। କାରଣ ଏଠି ପ୍ରତିଟି ଚରିତ୍ର ବେଶ ଜୀବିତ ଆଉ କାହାଣୀଗୁଡ଼ିକ ବେଶ ରୁଦ୍ଧିମନ୍ତ ହୋଇଥାଏ। ଆଉ ବର୍ତ୍ତମାନ ସାହିତ୍ୟ ଧାରା ଆଉ ଥରେ ଆରମ୍ଭ ହେବ ଦରକାର ଓଡ଼ିଆ ସିନେମା ଶିଳ୍ପରେ।