ତାମିଲ ପ୍ରେମ ପାଇଁ ନବୀନଙ୍କ ଦେହରେ ଲାଗିବ ନିମକ ହାରାମ ଜଗିର ଟ୍ୟାଗ କିଛି ଏମିତି କହି କଟାକ୍ଷ କରିଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଆଜିବି ପାଣ୍ଡିଆନଙ୍କ ପ୍ରେମ ନବୀନଙ୍କ ମନରୁ ତୁଟିନି । ଦଳର ଏତେବଡ ବିପର୍ଯୟ ପରେ ମଧ୍ୟ ପାଣ୍ଡିଆନଙ୍କୁ ସୁରକ୍ଷା ଦେବାପାଇଁ ନବୀନ ଆଗଭର । ସାଢେ ଚାରିକୋଟି ଓଡ଼ିଆଙ୍କ ମଧ୍ୟରୁ କେହି ଜଣେବି ନବୀନଙ୍କ ଆସ୍ଥା ଭାଜନ ହେଲେନି ଜଣେ ଅଣ ଓଡ଼ିଆ ତାମିଲ ହାତରେ ଓଡିଶାକୁ ଟେକିଦେବାର ଚକ୍ରାନ୍ତକୁ ଓଡିଶା ବାସୀ ପଣ୍ଡ କରିଛନ୍ତି । ତେଣୁ ନବୀନ ଓଡ଼ିଆଙ୍କୁ ଧୋକା ଦେଇଥିବାରୁ ତାଙ୍କ ଦେହରେ ନିମକ ହାରାମ ଟ୍ୟାଗ ଲାଗିବ । କିଛି ଏଭଳି ଢଙ୍ଗରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଉପରେ ବର୍ଷୀଛନ୍ତି ଖୋର୍ଦ୍ଧାର ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦେବ । ବୋଲଗଡ଼ ବ୍ଲକ କାଉଁରିପାଟଣା 114 ନଂ ବୁଥରେ ଇଭିଏମ ଭଙ୍ଗା ଘଟଣାରେ ଗିରଫୋନ ହୋଇ ଜେଲରେ ଥିବା ପ୍ରଶାନ୍ତଙ୍କୁ ତିନି ଦିନିଆ ଅନ୍ତରୀଣ ଜାମିନ ମିଳିବା ପରେ ଆଜି ଖୋର୍ଦ୍ଧା ଜେଲରୁ ବାହାରିବା ବେଳେ ଏଭଳି କିଛି ପ୍ରତିକ୍ରିୟା ଦେବା ସହିତ ଖୋର୍ଦ୍ଧା ବାସୀ ତାଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଥିବାରୁ ସେମାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି । ଆଜି ପ୍ରଶାନ୍ତଙ୍କର ହଜାର ହଜାର ସମର୍ଥକ ଖୋର୍ଦ୍ଧା ଜେଲ ଆଗରେ ଉପସ୍ଥିତ ରହି ତାଙ୍କୁ ଭବ୍ୟ ସ୍ୱାଗତ କରିବା ସହ ସହର ପରିକ୍ରମା କରାଇଥିଲେ । ଏହି ଅବସରରେ ତାଙ୍କ ଗିରଫଦାରୀ ଏକ ଚକ୍ରାନ୍ତ କହିବା ସହ ନ୍ୟାୟାଳୟ ଉପରେ ତାଙ୍କର ଭରଷା ଅଛି ବୋଲି କହିଛନ୍ତି । ଏଥିସହ ଖୋର୍ଦ୍ଧା ମାନଚିତ୍ରରେ ଏକ ବ୍ୟାପକ ପରିବର୍ତନ କରି ଖୋର୍ଦ୍ଧାର ବିକାଶ ଶିଖର ଛୁଇଁବ ବୋଲି କହିଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।