ଇତିହାସକୁ ଦ୍ୱିତୀୟଥର ପାଇଁ ଦୋହରାଇଛନ୍ତି ନରେନ୍ଦ୍ର ମୋଦୀ । ଜବାହରଲାଲ ନେହରୁଙ୍କ ପରେ ପ୍ରଥମଥର ପାଇଁ କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ । ଦୁଇପାଳିରେ ବିଜେପି ଏକକ ବହୁମତ ହାସଲ କରିଥିଲେ ବି ଏଥର ଏନଡିଏ ମେଣ୍ଟ ସହଯୋଗୀଙ୍କ ସହ ସରକାର ଗଠନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ତୃତୀୟଥର ପାଇଁ ତାଙ୍କ ଶପଥଗ୍ରହଣ ସମାରୋହ ବେଶ ଜାକଜମକରେ ହୋଇଛି । କେବଳ ପାକିସ୍ତାନ ଓ ଚୀନକୁ ଛାଡି ଅନ୍ୟ ସମସ୍ତ ପଡୋଶୀ ଦେଶର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଛନ୍ତି ।