ବ୍ରହ୍ମଗିରି ଗଡ଼ରୋଢଙ୍ଗ 127 ନମ୍ବର ବୁଥରେ ଦେଖାଦେଇଛି ଚାପା ଉତ୍ତେଜନା । ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ଖୋଦ ବିଧାୟିକା ପ୍ରାର୍ଥୀ ଉପାସନା ମହାପାତ୍ର । ଏହି ବୁଥରେ ସକାଳଠୁ ଏପର୍ଯ୍ୟନ୍ତ ବାରମ୍ବାର EVM ତ୍ରୁଟି ଯୋଗୁ ଚାପାଉତ୍ତେଜନା ଲାଗିରହିଛି । ପ୍ରଥମେ ତ୍ରୁଟି ପାଇଁ ବିଳମ୍ବରେ ମତଦାନ ହୋଇଥିଲା । ପୋଲିଙ୍ଗ ଅଫିସରଙ୍କ ଅବହେଳା ନେଇ ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟିକା ପ୍ରାର୍ଥୀ ଉପାସନା ମହାପାତ୍ର । ତେବେ ସୂଚନା ମୁତାବକ ଏହା ହେଉଛି ବିଜେପି ବିଧାୟିକା ପ୍ରାର୍ଥୀଙ୍କ ନିଜଗାଁ ବୁଥ । ତେଣୁ ବାରମ୍ବାର କାହିଁକି ତ୍ରୁଟି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ଏଥିପାଇଁ ତାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ନିଜେ ପ୍ରାର୍ଥୀ ଉପାସନା ମହାପାତ୍ର ।