ଢେଙ୍କାନାଳ ବାଘମୁଣ୍ଡା ଗାଁ ରେ ଗ୍ରାମବାସୀଙ୍କ ଭୋଟ ବର୍ଜନ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବାଘମୁଣ୍ଡା ଗାଁରେ କୌଣସି ଲୋକ ବୁଥରେ ଭୋଟ୍ ଦେବାକୁ ଅରାଜି । ସୂଚନା ଅନୁଯାୟୀ ଏଠାରେ ଜାତୀୟ ରାଜପଥ ୫୩ ସିଆରିମାଳିଆ ଠାରୁ ବାଘମୁଣ୍ଡା ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ପ୍ରଶାସନକୁ ଦାବି କରି ଆସୁଛନ୍ତି ହେଲେ ଏପର୍ଯ୍ୟନ୍ତ ରାସ୍ତା ତିଆରି ହୋଇ ପାରିନାହିଁ। କେବଳ ରାସ୍ତା ନୁହେଁ ସ୍କୁଲରେ ଶିକ୍ଷକ ନାହାନ୍ତି, ପିଇବା ପାଣିର ଅସୁବିଧା ରହିଛି । ଏଭଳି ପ୍ରସଙ୍ଗରେ ସରକାରଙ୍କୁ ବାରମ୍ବାର ଘେରିଛନ୍ତି ସ୍ଥାନୀୟ ଲୋକ। ତଥାପି କୌଣସି ଆଖିଦୃଶିଆ ପଦକ୍ଷେପ ନେଇ ନାହାନ୍ତି ସରକାର। ତେଣୁ ଆଜି ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ଜିଦରେ ସ୍କୁଲ ସାମ୍ନାରେ ବସିଛନ୍ତି ଭୋଟର।