ଦିନ ୧୧ ଟା ସୁଦ୍ଧା ୨୧.୩୨%ମତଦାନ । ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଛି । ସକାଳ ୭ ଟା ରୁ ଆରମ୍ଭ ହୋଇଛି ମତଦାନ । ତେବେ ଦିନ ୧୧ ସୁଦ୍ଧା ଏହି ମତଦାନ ୨୧.୩୨ % ହୋଇଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ଅନୁଗୁଳ ୨୨.୮୫, ଢେଙ୍କାନାଳ ୨୦.୯୨, କେନ୍ଦୁଝର ୨୦.୮୪, ଖୋର୍ଦ୍ଧା ୨୧.୬୧, ପୁରୀରେ ୨୧.୬୪ ପ୍ରତିଶତ, ସମ୍ବଲପୁର ୨୨.୪୯ ପ୍ରତିଶତ ଭୋଟିଂ ହୋଇଛି । ଏହିଭଳି ଭାବେ ହାରାହାରି ସମୁଦାୟ ୨୨.୩୨ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ମିଳିଛି । ୬ ଲୋକସଭା ଆସନ ଏବଂ ୪୨ ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି। ବିଭିନ୍ନ ମତଦାରନ କେନ୍ଦ୍ରରେ ଭୋଟର ଲାଇନ୍ରେ ଛିଡା ହୋଇ ଶାନ୍ତିଶୃଙ୍ଖଳା ସହ ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି। ଆଗକୁ ଏହି ଟ୍ରେଣ୍ଡ ବଜାୟ ରହିଲେ ଭୋଟିଂ ପରିମାଣ ଅଧିକ ହେବ ବୋଲି ମଧ୍ୟ ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି ।