ରାଜ୍ୟରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ଜଣଙ୍କ ପରେ ଜଣେ କେନ୍ଦ୍ରୀୟ ନେତା। ହେଭିୱେଟଙ୍କ ପ୍ରଚାରରେ ଜମୁଛି ନିର୍ବାଚନୀ ମାହୋଲ୍। ଆଜି ଓଡ଼ିଶା ଆସିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁର ନିର୍ବାଚନ ମଣ୍ଡଳୀ ଓ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। ପ୍ରଥମେ ସାଲେପୁରର କୁଳିଆରେ ଜନସଭାକୁ ଉଦବୋଧନ ଦେବେ ଯୋଗୀ ।
ଯୋଗୀଙ୍କ ବ୍ୟତୀତ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ଓଡ଼ିଶା ଆସୁଛନ୍ତି। କରଞ୍ଜିଆ, ଧାମନଗର, ବଡ଼ଚଣା, ବାଲିକୁଦା ସଭାରେ ଯୋଗ ଦେବେ ନଡ୍ଡା। ସେହିପରି ବିଶ୍ୱଶର୍ମା ଦେବଗଡ଼, ବଡବିଲ, ଚୌଦ୍ୱାର ଓ ବଡମ୍ବାରେ ସଭା କରିବେ।