ଆଜି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ କଲି ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଉତ୍ତର ପୂର୍ବ ଦିଗକୁ ଗତି କରିବା ସହିତ 24 ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ଅବପାତର ରୂପ ନେଇ ଉତ୍ତର ପୂର୍ବ ଦିଗକୁ ଗତି କରିପାରେ । ଏହାର ପ୍ରଭାବରେ 21 ତାରିଖଠୁ ସମୁଦ୍ର ଆଶାନ୍ତ ହେବା ଆରମ୍ଭ ହୋଇଯିବ। 23 ତାରିଖଠାରୁ ଦକ୍ଷିଣ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି। ସେହିଭଳି 24 ତାରିଖରେ ଉତ୍ତର ବଙ୍ଗୋପସାଗରରେ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଏବଂ ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ମାନଙ୍କୁ 23 ତାରିଖ ପୂର୍ବରୁ ଉପକୂଳକୁ ଫେରି ଆସିବାର ପରାମର୍ଶ ଦିଆଯାଇଛି । ଆଗାମୀ ପାଞ୍ଚ ଦିନରେ ଓଡ଼ିଶାର କିଛି ସ୍ଥାନରେ ଘଡଘଡି, ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ 24 ଘଣ୍ଟାର କିଛି ସ୍ଥାନରେ ଦକ୍ଷିଣ ଓଡିଶାରେ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହୁଛି ଏଥିପାଇଁ ଅରେଞ୍ଜ ଆଲେର୍ଟ ଜାରି କରାଯାଇଛି। କାଲିଠାରୁ ବର୍ଷା, ପବନ ଘଡଘଡି ଲାଗି ରହିବ । 25 ତାରିଖରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବ । ବାଲେଶ୍ଵର ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି, ବାଲେଶ୍ଵର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ବାତ୍ୟା କଥା ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ଆକଳନ କରିନାହିଁ । ପାଣିପାଗ ବିଭାଗ ବାରମ୍ବାର କହି ଆସୁଛି ଅବପାତର ରୂପ ନେଇପାରେ । ଘଡଘଡି ବର୍ଷା ହେବା ବେଳେ 30-40 କିଲୋମିଟର ବେଗରେ ପବନ ହୋଇପାରେ । ବର୍ତ୍ତମାନ ଖରା ସହ ଗୁଳିଗୁଳି ଜାରି ରହିଥିବା ବେଳେ ୭ ରୁ ୮ ଟି ସହରରେ ୪୦ ଡିଗ୍ରୀ ରୁ ଅଧିକା ତାପମାତ୍ରା ରହିଛି । ଅବଶିଷ୍ଟ ସହରରେ ୪୦ ଡିଗ୍ରୀରୁ କମ୍ ତାପମାତ୍ରା ରେକର୍ଡ କରାଯାଇଛି । ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତି ନଥିବା ବେଳେ କେବଳ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।