କୁଆଡ଼େ ଗଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ? ରତ୍ନଭଣ୍ଡାର ଚାବି ତାମିଲନାଡୁ କିଏ ନେଇ ଯାଇଛି କି ? କଟକ ନିର୍ବାଚନୀ ସଭାରୁ ଉଦବୋଧନ ଦେବା ବେଳେ କିଛି ଏମିତି ପ୍ରଶ୍ନବାଣରେ କଟାକ୍ଷ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି ବୋଲି ଲୋକ କହୁଛନ୍ତି । ଏଭଳି ଲୋକକୁ କ୍ଷମା କରିବେ ନାହିଁ ଓଡ଼ିଶାବାସୀ । ଏଭଳି ଅବସ୍ଥାରେ ଯାଞ୍ଚ କମିଟି ରିପୋର୍ଟକୁ ଚାପି ଦିଆଯାଇଛି। ବିଜେପି ସରକାର ଆସିବା କ୍ଷଣି ଚାବିର ରାଜ୍ ଖୋଲିବ। ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଯିବ। ଯଦି କିଛି ଗଡ଼ବଡ଼ ଥିବ, ମୋଦି କାହାକୁ ଛାଡ଼ିବ ନାହିଁ। ଏହା ମୋଦିର ଗ୍ୟାରେଣ୍ଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।