ବେଶ୍ ଆକ୍ସନମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋଡ଼ ସୋ ବେଳେ ବାରମ୍ବାର ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି ନବୀନ । ଆଜି ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀରେ ରୋଡ ସୋ’ କରିଛନ୍ତି । ହଜାର ହଜାର ସମର୍ଥକଙ୍କ ଗହଣରେ ନବୀନ ପଟ୍ଟନାୟକ ରାଜଧାନୀର ପଳାଶପଲ୍ଲୀରୁ ରୋଡ ସୋ’ ଆରମ୍ଭ କରିଥିଲେ । ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ସ୍ଥାନୀୟ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ନବୀନ ପଟ୍ଟନାୟକ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ତେବେ ଆଜିର ଏହି ରୋଡ଼ ସୋ’ ରେ ଜନସଭାକୁ ଉଦବୋଧନ ଦେଇ ତାଙ୍କ ସରକାରର ସଫଳ ଯୋଜନା ବାବଦରେ ଲୋକଙ୍କ ମତ ନେବା ସହ ସଭା ମଞ୍ଚରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ନବୀନ ।