ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ଭୋଟିଂ ଜାରି ରହିଛି। ସକାଳ ୭ରୁ ଭୋଟଗ୍ରହଣ ଆରମ୍ଭ ହୋଇଥିବା ବେଳେ, ବୁଥ ମାନଙ୍କରେ ଭିଡ ଜମିଛି । ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ସିଟ୍ ପାଇଁ ଚାଲିଛି ମତଦାନ। ଏହି ପର୍ଯ୍ୟାୟରେ ମୋଟ ୬୯୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି। ସେମଧ୍ୟରେ ବିହାରର ୫ ଆସନ, ଜମ୍ମୁ ଓ କଶ୍ମୀରର ୧ ଆସନ , ଝାଡଖଣ୍ଡର ୩ଟି ଆସନ, ଲଦାଖର ୧ ଆସନ, ମହାରାଷ୍ଟ୍ରର ୧୩ଟି ଆସନ, ଉତ୍ତରପ୍ରଦେଶର ୧୪ଟି ଆସନ, ପଶ୍ଚିମବଙ୍ଗର ୭ ଆସନ ସମେତ ଓଡିଶାର ୫ ଆସନ ପାଇଁ ଭାଗ୍ୟପରୀକ୍ଷା ହେଉଛି । ଏହି ପର୍ଯ୍ୟାୟରେ ହେଭିୱେଟଙ୍କ ମଧ୍ୟରେ ଉତ୍ତର ମୁମ୍ବାଇରୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ, ମୁମ୍ବାଇ ନର୍ଥ ସେଣ୍ଟ୍ରାଲରୁ ବିଜେପି ପ୍ରାର୍ଥୀ ଉଜ୍ଜଳ ନିକମ, କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧି, ବିଜେପିର ରାଜନାଥ ସିଂହ, ସ୍ମୃତି ଇରାନୀଙ୍କ ଭଳି ନେତା ରହିଛନ୍ତି ।