ଆସନ୍ତାକାଲି ଓଡ଼ିଶାରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଦ୍ୱିତୀୟ ପର୍ଯ୍ୟାୟରେ ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ, ଆସ୍କା, କନ୍ଧମାଳ ୫ଟି ଲୋକସଭା ଓ ୩୫ ଟି ବିଧାନସଭା ପାଇଁ ଭୋଟ ହେବ। ଏହା ପୂର୍ବରୁ ପ୍ରାକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଖଲ୍ଲିକୋଟ ମର୍ଡର କେସରେ ୧୧ ଅଭିଯୁକ୍ତ ଗିରଫ ହୋଇଛନ୍ତି । SIT ଏହି ଘଟଣାର ତଦନ୍ତ ଦାୟିତ୍ୱ ନେଇଛି । ଆଇନଶୃଙ୍ଖଳା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି ଓଡିଶା ପୋଲିସ । ସାରା ରାଜ୍ୟରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରାଯାଇଛି । ୧୧ ଟି ଜିଲ୍ଲାରେ ଥିବା ୯ ହଜାର ୧୬୨ ପୁଲିଂ ବୁଥରେ ମତଦାନ ହେବ। ଏହା ମଧ୍ୟରେ ୫୫୬ ଟି ମାଓବାଦୀ ଇଲାକା ଭିତରେ ସମ୍ବେଦନଶୀଳ ବୁଥ ରହିଛି । ୩୩ ହଜାର ପୋଲିସ ଫୋର୍ସ ଏହି ନିର୍ବାଚନରେ ନିୟୋଜିତ ହେବେ। ଏହି ୧୧ ଟି ଜିଲ୍ଲାରେ ୬ ଶହ ୫୫ ମୋବାଇଲ ପେଟ୍ରୋଲିଂ ପାର୍ଟି କାମ କରୁଛି । ଜିପିଏସ ଜରିଆରେ କଣ୍ଟ୍ରୋଲ ରୁମ କୁ ମନିଟର କରିବ ପେଟ୍ରୋଲିଂ ପାର୍ଟି । ପ୍ରତେକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଜଣେ ଅତିରିକ୍ତ ଏସ୍ପି ଦାୟିତ୍ୱରେ ରହିବେ ।ସମ୍ବେଦନଶୀଳ ସ୍ଥାନରେ କୁଇକ ଆକ୍ସନ ଟିମ କାମ କରିବ । ସମ୍ବେଦନଶୀଳ ବୁଥରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ହୋଇଛି । ଆଇନ ଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରିଚାଳନା ପାଇଁ ୧୧ ଟି ଜିଲ୍ଲା ସୀମାରେ ଥିବା ୪୮ ଟି ଚେକ ପୋଷ୍ଟ ରେ କଡାକଡି ଚେକିଂ ଚାଲିଛି। ସୀମାବର୍ତ୍ତି ଚେକ ପୋଷ୍ଟ ରେ ସମସ୍ତ ଯାନବାହନକୁ ଚେକିଂ କରାଯାଉଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ୨୫୭ ଟି ଫ୍ଲାଇଁ ସ୍କ୍ୱାର୍ଡ ବୁଲୁଛି। ଏହା ବ୍ୟତୀତ ୨୫୧ ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛି । ଏହି ୧୧ ଟି ଜିଲ୍ଲାରେ ୧୮ ଟି ଇଭିଏମ ଷ୍ଟ୍ରଙ୍ଗ ରୁମ ରହିଛି । ସେଠାରେ ମଧ୍ୟ ଇନର କାର୍ଡନ ଦାୟିତ୍ୱ ରେ ଅର୍ଦ୍ଧ ସାମରିକ ବାହିନୀ କାମ କରିବ । ଆଉଟର କର୍ଡନ ଦାୟିତ୍ୱରେ ଓଡିଶା ପୋଲିସ ରହିବ । ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ସ୍ପେଶାଲ ଅପରେସନ କରାଯାଇଛି । ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ ପୋଲିସ ସହ ପୂର୍ବରୁ ଓଡିଶା ପୋଲିସ ଆଲୋଚନା କରିଛି। ଆଣ୍ଟି ନକ୍ସଲ ଅପରେସନକୁ ବ୍ୟାପକ କରାଯାଇଛି। ଅତିରିକ୍ତ ଡିଜି ଅପରେଶନ ଦେବଦତ୍ତ ସିଂ ଏ ସବୁକୁ ମନିଟର କରୁଛନ୍ତି। ସେ ବୌଦ୍ଧ ରେ କ୍ୟାମ୍ପ କରି ରହିଛନ୍ତି । ଏକ ଏୟାର ଆମ୍ବୁଲାନ୍ସ ଓ ହେଲିକ୍ୟାପ୍ଟର ତୟାର ରହିଛି। ଜାନୁଆରୀ ପ୍ରଥମ ସପ୍ତାହରୁ ଏପର୍ଯ୍ୟନ୍ତ ୫୫୫ ଟି ଆଣ୍ଟି ନକ୍ସଲ ଅପରେସନ ହୋଇଛି । ପାୟର ଏକ୍ସଚେଞ୍ଜ ହୋଇଛି। ଆଚରଣ ବିଧି ଉଲଂଘନ ନେଇ ୯ ଟି କେସ ହୋଇଥିବା ବେଳେ ସମୁଦାୟ ୪୮ ଟି କେସ ରୁଜୁ ହୋଇଛି ।ଜାନୁଆରୀ ମାସ ପ୍ରଥମ ସପ୍ତାହ ରୁ ଆଜି ଭିତରେ ୩୪ ହଜାର ୱାରେଣ୍ଟ ଇସ୍ୟୁ ହୋଇଛି। ୪ ହଜାର ପଳାତକ ଙ୍କ ବିରୋଧରେ ଲଟକା ଲାଗିଛି । ଦଫା ୧୦୭, ୧୦୯, ୧୧୦ ଜରିଆରେ ଅଭିଯୁକ୍ତଙ୍କୁ ଦମନ କରାଯାଇଛି। ୪୨, ୬୪୪ ହଜାର ପ୍ରୋସିଡୀଂ ଜରିଆରେ ୪୭ ହଜାର ଲୋକଙ୍କ ଠାରୁ ବଣ୍ଡ ନିଆଯାଇଛି। ଭୁବନେଶ୍ୱର କଟକରେ ୩ ଜଣଙ୍କୁ ତଡିପାର ଘୋଷଣା କରାଯାଇଛି । ୭ ଜଣଙ୍କୁ NSA ରେ ବୁକ କରାଯାଇଛି। ୨୩୬ ଜଣଙ୍କ ଠାରୁ ବେଆଇନ ଅସ୍ତ୍ର ଶସ୍ତ୍ର ଜବତ କରାଯାଇଛି । ୩ ଟି ବନ୍ଧୁକ ତିଆରି ସ୍ଥାନ ଠାବ କରାଯାଇଛି । ଏ କେସରେ ୧୪ ଜଣଙ୍କୁ ଗିରଫ କରାଯାଇଛି । ୬ ଲକ୍ଷ ୪୧ ହଜାର ଲିଟର ମଦ ଜବତ କରାଯାଇଛି। ୨୫ ହଜାର ରୁ ଉର୍ଦ୍ଧ NDPS କେସ ହୋଇଛି। ୮୩୯ ହଜାର କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ୫ କେଜି ବ୍ରାଉନସୁଗର ଜବତ କରାଯାଇଛି । ସମୁଦାୟ ନିଶା ସାମଗ୍ରୀ ଜବତ ମୂଲ୍ୟ ଆନୁମାନିକ ୮୭ କୋଟି ହେବ । SST ପକ୍ଷରୁ ଚଢ଼ାଉ କରାଯାଇ ଗାଡି ଭିତରୁ ୫ କୋଟି ୬୮ ଲକ୍ଷ ଟଙ୍କା ବିଭିନ୍ନ ସ୍ଥାନରୁ ଜବତ କରାଯାଇଛି । ସୋସିଆଲ ମିଡିଆ ମନିଟରିଂ ସେଲ ଗଠନ କରାଯାଇ ଆପତ୍ତିଜନକ ପୋଷ୍ଟ ହଟାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ କେସ ରୁଜୁ ହୋଇଛି। ଅବାଧ, ମୁକ୍ତ, ନିରପେକ୍ଷ ନିର୍ବାଚନ ପାଇଁ ଓଡିଶା ପୋଲିସ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ପୋଲିସ ଡିଜିପି ।
ବାଇଟ : ଅରୁଣ ଷଡଙ୍ଗୀ, ଡିଜିପି