ବ୍ରହ୍ମଗିରିରେ ଭୟଭୀତ ବିଜେଡ଼ି ନେତା । ଦଳ ବଳ ନେଇ କରୁଛନ୍ତି ମାରାଥନ ପ୍ରଚାର । ଶେଷରେ ଉମାଙ୍କ ପାଇଁ ମୈଦାନକୁ ଓହ୍ଲାଇଛନ୍ତି ସଞ୍ଜୟ ଦାଶବର୍ମା । ନିଜ ଅଞ୍ଚଳରୁ ସଂଜୟକୁ ଟିକେଟ ମିଳିନଥିବା ବେଳେ ଯେଉଁ ଉମାଙ୍କ ସହ ତାଙ୍କର ମତଭେଦ ରହିଥିଲା ଏବେ ସେହି ଉମାଙ୍କ ପାଇଁ ଲୋକଙ୍କ ଭୋଟ ହାତେଇବାକୁ ପହଞ୍ଚି ଯାଇଛନ୍ତି ବ୍ରହ୍ମଗିରି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ର ମାଲୁଦ ପଞ୍ଚୁଦୋଳ ଯାତ୍ରା ପଡିଆରେ ନିର୍ବାଚନୀ ସଭା କରିଛନ୍ତି ବିଜୁଜନତା ଦଳର ସତ୍ୟବାଦୀ ବିଧାୟକ ପାର୍ଥି ସଞ୍ଜୟ ଦାସବର୍ମା । ନିଜ ଜନ୍ମ ମାଟିକୁ ଆସି କର୍ମୀ ମାନଙ୍କୁ ନେଇ ସେ ବୈଠକ କରିଛନ୍ତି । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଉମା ହାରି ଯିବାର ଭୟ ରହିଥିବାରୁ ଶେଷରେ ସଞ୍ଜୟ ଦାଶବର୍ମା ତାଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇ ଥିବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।