ରାଜଧାନୀରେ ରୋଡ଼ ସୋ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ । ପୁରୁଣା ଭୁବନେଶ୍ୱରରେ ରୋଡ ସୋ କରି ଭୋଟରଙ୍କ ପାଖରେ ପହଁଚିଛନ୍ତି ନଡ୍ଡା । ବାରିକସାହି ନିକଟରୁ ତଥା ମାଉସୀ ମା ମନ୍ଦିର ନିକଟରୁ ଏହି ରୋଡ ସୋ ଆରମ୍ଭ ହୋଇ ଲିଙ୍ଗରାଜ ମନ୍ଦିର ଯାଏଁ ଯାଇଥିଲା । ସାଙ୍ଗରେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ପ୍ରାର୍ଥୀ ବାବୁ ସିଂଙ୍କୁ ନେଇ ଦଳୀୟ କର୍ମୀଙ୍କ ସହ ବିଶାଳ ରୋଡ୍ ସୋ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ଜେପି ନଡ୍ଡା । କେନ୍ଦ୍ରୀୟ ନେତାଙ୍କ ଫୋକସରେ ଓଡିଶା ରହିଛି । କିଭଳି ଓଡ଼ିଶାରେ ପସଙ୍ଗ ଭିତ୍ତିକ ନିର୍ବାଚନ ହେବ ସେହି ପ୍ରଚେଷ୍ଟାରେ ଦଳ ଲାଗି ପଡିଛି । ଗତକାଲି କଟକରେ ଅମିତ ଶାହାଙ୍କ ରୋଡ଼ ସୋ ଥିଲା ଏବଂ ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଏହି କାର୍ଯ୍ୟକ୍ରମରେ ପୁରୁଣା ଭୁବନେଶ୍ୱର ଗେରୁଆମୟ ହୋଇଥିବା ଦେଖିବାକୁ ମିଳିଛି ।