ଓଡ଼ିଶା ଆସିଲେ ରାହୁଲ ଗାନ୍ଧୀ । ଝାରସୁଗୁଡାରେ ପହଞ୍ଚିଛନ୍ତି ରାହୁଲ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବଲାଙ୍ଗୀର ଅଭିମୁଖେ ବାହାରିଛନ୍ତି । ସେଠାରେ କୋଶଳ କଳାମଣ୍ଡଳ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ତରଫରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ଏପରିକି ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ କର୍ମୀ ପ୍ରବଳ ଉତ୍ସାହିତ ଅଛନ୍ତି । ତେବେ ପୂର୍ବରୁ ରାହୁଲଙ୍କର ରାୟଗଡା ଗସ୍ତରେ ଆସି ପ୍ରଚାର କରିବା କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ସେହିଦିନ ରାଏବରେଲି ନିର୍ବାଚନ ମଣ୍ଡଳୀରୁ ରାହୁଲ ପ୍ରାର୍ଥୀ ଭାବେ ମନୋନୀତ ହୋଇ ନାମାଙ୍କନ ଭରିବାକୁ ଗଲେ । ଯେଉଁଥିପାଇଁ ରାୟଗଡା ଆସି ନପାରି ଭର୍ଚୁଆଲି ଉଦବୋଧନ ଦେଇଥିଲେ ରାହୁଲ।