ଓଡ଼ିଶାରେ ଅଣଓଡ଼ିଆ ଅଫିସରଙ୍କ ଶାସନ ଚାଲିଛି। ଓଡ଼ିଶାରେ ଏବେ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ସମ୍ମାନ ମୁଦ୍ଦା ହୋଇଛି। ନବୀନଙ୍କ ପଛରେ ବାହାର ରାଜ୍ୟର ଅଫିସର ଶାସନ ଚଳାଉଛନ୍ତିକହି ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଅଣଓଡ଼ିଆ ଅଫିସର ଶାସନ କରିବା ଓଡ଼ିଶା ଲୋକଙ୍କୁ କଷ୍ଟ ଦେଉଛି। ରାମଙ୍କ ଉତ୍ସବକୁ ରୋକିବା ପ୍ରୟାସ ଲୋକଙ୍କ ଭିତରେ ଆକ୍ରୋଶ ଭରିଛି। ଏଥର ଓଡ଼ିଶାରେ ନିଶ୍ଚିତ ଭାବେ ବିଜେପି ସରକାର ହେବ। ନିଶ୍ଚିତ ଭାବେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଶାହ କହିଛନ୍ତି। ଶ୍ରୀମନ୍ଦିର ପ୍ରସଙ୍ଗରେ ଅମିତ ଶାହ କହିଛନ୍ତି, ବିଜେପି ସରକାର ଆସିବା କ୍ଷଣି ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବ। ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବାର ୬ ଘଣ୍ଟା ମଧ୍ୟରେ ଖୋଲିବ ୪ ଦ୍ୱାର। ୧ ମାସ ମଧ୍ୟରେ ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ ସାର୍ବଜନୀନ ହେବ ବୋଲି ଶାହ କହିଛନ୍ତି।
ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗଞ୍ଜାମରେ ତାଙ୍କର ବିଶାଳ ସଭା ହୋଇଥିଲା। ସୋରଡ଼ା ସଭା ପରେ ଶାହ କଟକ ଆସିଥିଲେ। କଟକରେ ବିଶାଳ ରୋଡ୍ ଶୋ କରିଛନ୍ତି।