ଗଙ୍ଗାଘାଟରେ ପୂଜାର୍ଚ୍ଚନା କରି ଉତ୍ତରପ୍ରଦେଶର ବାରଣାସୀ ଆସନରୁ ନାମାଙ୍କନ ଭରିଲେ ମୋଦି । ଲଗାତାର ଦୁଇଥର ଜିତିବା ପରେ ଏବେ ତୃତୀୟ ଥର ପାଇଁ ସେ ନାମାଙ୍କନ ଦାଖଲ କରିଛନ୍ତି । ବାରାଣସୀର ଦଶାଶ୍ବମେଧ ଘାଟରେ ପୂଜାର୍ଚ୍ଚନା କରିବା ବେଳେ ଭାବୁକ ହୋଇପଡିଥିଲେ ମୋଦି । ମା’ଙ୍କ ନିଧନ ପରେ ଗଙ୍ଗା ମୋର ମା’ ବୋଲି କହିଥିଲେ I ପୂଜାର୍ଚ୍ଚନା କରିବା ପରେ ମୋଦି କୁଜରେ ନମୋ ଘାଟ ପର୍ଯ୍ୟନ୍ତ ଯାଇଥିଲେ। ଏଠାରେ ଭଗବାନ କାଳ ଭୈରବ ମନ୍ଦିରକୁ ଯାଇ ଦର୍ଶନ କରିବା ପରେ ନାମାଙ୍କନ ପାଇଁ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ । ସେ ୧୧ଟା ୪୦ ମିନିଟରେ ନାମାଙ୍କନ ଭରିଥିଲେ I ନାମାଙ୍କନ ଦାଖଲ ସମୟରେ ତାଙ୍କ ସହ ପଣ୍ଡିତ ଗଣେଶ୍ବର ଶାସ୍ତ୍ରୀ, ଅମିତ ଶାହ, ରାଜନାଥ ସିଂ, ଚିରାଗ ପାସୱାନ୍ ଓ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ।
ତେବେ ପ୍ରଧାନମନ୍ତ୍ରୀ ମୋଦି ଆଜି ୧୧.୪୦ ରୁ ୧୨ ଟା ମଧ୍ୟରେ ନାମାଙ୍କନ କରିଛନ୍ତି । ପବିତ୍ର ଗଙ୍ଗା ସପ୍ତମୀ ଅବସରରେ କରାଯାଇଥିବା ସମସ୍ତ କାର୍ଯ୍ୟ ଏବଂ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ପୁଷ୍ୟ ନକ୍ଷତ୍ର ସମୟରେ କୌଣସି କାମ କରିବା ବହୁତ ଶୁଭ ଏବଂ ସଫଳ ହୋଇଥାଏ। ତେଣୁ ଏଭଳି ଶୁଭ ସଂଯୋଗରେ ନିଜର ନାମାଙ୍କନ ଭରିଛନ୍ତି ।