ପୁରୀ ବିଜେପି ପାଇଁ ପ୍ରଚାର କରିବେ ମୋଦୀ । ଆସନ୍ତା ୨୦ ତାରିଖରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓଡିଶା ଗସ୍ତରେ ଆସୁଛନ୍ତି । ଅନୁଗୁଳ, କଟକରେ ବିଶାଳ ଜନସଭା କରିବା ସହ ପୁରୀ ବଡଦାଣ୍ଡରେ ମେଗା ରୋଡ ସୋ’ ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଗତ ୧୦ ତାରିଖରେ ଭୁବନେଶ୍ୱରରେ ମୋଦିଙ୍କ ରୋଡ ସୋ’ ପାଇଁ ଲୋକାରଣ୍ୟ ହୋଇଥିଲା ରାଜଧାନୀ । ଆଗକୁ ପୁରୀ ଲୋକସଭା ଆସନ ଓ ଏହା ଅଧିନରେ ଥିବା ବିଧାନସଭାର ବିଜେପି ପାର୍ଥୀଙ୍କ ପାଇଁ ରୋଡ ସୋ’ ଜରିଆରେ ଭୋଟ ମାଗିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ପ୍ରସୁତି ଆରମ୍ଭ ହୋଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ୧୭ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତୃତୀୟଥର ପାଇଁ ର୍ନିବାଚନୀ ପ୍ରଚାର କରିବାକୁ ଓଡିଶା ଆସୁଛନ୍ତି । ସୁନ୍ଦରଗଡ, ହିଞ୍ଜିଳି ଓ ପଦ୍ମପୁରରେ ଜନସଭା କରିବେ ଜେପି ନଡ୍ଡା । ଏହାସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଓଡିଶା ଆସିବେ । ୩ଟି ଭିନ୍ନ ଜାଗା ରାଉରକେଲା, କଣ୍ଟାବାଞ୍ଝି ଓ ଆସ୍କାର ସୋରଡାରେ ଜନସମାବେଶରେ ସେ ଉଦବୋଧନ ଦେବେ ।
କେନ୍ଦ୍ରୀୟ ନେତୃତ୍ୱଙ୍କ ଘନଘନ ଓଡିଶା ଗସ୍ତ ସହ ମାରାଥନ ପ୍ରଚାର ଓଡିଶା ଉପରେ ବିଜେପିର ପୂରା ଫୋକସକୁ ସୂଚାଉଛି । ହେଲେ ଜନସମର୍ଥନ ଭୋଟରେ ପରିଣତ ହେଉଛି କି ନାହିଁ , ଭୋଟରଙ୍କ ଉପରେ ଏହାର କଣ ପ୍ରଭାବ ପଡୁଛି ତାହା ଜୁନ ୪ ତାରିଖରେ ଜଣାପଡିବ ।