ଅରବିନ୍ଦ କେଜ୍ରିୱାଲଙ୍କ ଅଦ୍ଭୁତ ପ୍ରଚାର । ଆଜି ମୋତି ନିଗରରେ ବିଶାଳ ରୋଡ ଶୋ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି । ଲୋକସଭା ନିର୍ବାଚନରେ ଆମ ଆଦମୀ ପାର୍ଟିକୁ ଲୋକମାନେ ଭୋଟ ଦେଇ ତାଙ୍କ ପୁଣି ଥରେ ତିହାର ଜେଲ ଯିବାରୁ ରକ୍ଷା କରନ୍ତୁ ବୋଲି କେଜ୍ରିୱାଲ ଏହି ସମୟରେ ଅନୁରୋଧ କରିଛନ୍ତି। ଜୁନ ୧ ଯାଏ ଅନ୍ତରୀଣ ଜାମିନ ପାଇଥିବା କେଜ୍ରିୱାଲ ଆଜି କହିଛନ୍ତି, “୨୦ ଦିନ ପରେ ମୋତେ ଜେଲ ଫେରିବାକୁ ପଡ଼ିବ। ଯଦି ଆପଣମାନେ ଝାଡ଼ୁକୁ ବାଛିବେ, ତା’ହେଲେ ମୋତେ ଆଉ ଜେଲ ଯିବାକୁ ପଡ଼ିବ ନାହିଁ।”
ଜାମିନରେ ଆସିବା ପରେ କେଜ୍ରିୱାଲ ଆପ୍ର ପ୍ରଚାରରେ ଲାଗି ପଡ଼ିଛନ୍ତି। ଦିଲ୍ଲୀ ଲୋକଙ୍କ ପାଇଁ କାମ କରୁଥିବାରୁ ତାଙ୍କୁ ଗିରଫ କରାଯାଇଥିବା କେଜ୍ରିୱାଲ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଦିଲ୍ଲୀ-ଏନସିଆର ପାଇଁ ସ୍କୁଲ ତିଆରି କରିବା ମୋ ଭୁଲ। ମୁଁ ଆପଣମାନଙ୍କ ପାଇଁ କାମ କରୁଥିବାରୁ ସେମାନେ ମୋତେ ଜେଲ ପଠାଇ ଦେଇଛନ୍ତି। ଦିଲ୍ଲୀବାସୀଙ୍କ ପାଇଁ କାମ ହେଉ ବୋଲି ବିଜେପି ଚାହୁଁ ନାହିଁ ବୋଲି ସେ କହିଛନ୍ତି । ଏହି ରୋଡ ଶୋ’ ବେଳେ କେଜ୍ରିୱାଲଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ରହିଥିଲେ। ସେମାନେ ମୋତି ନଗରରେ ରୋଡ ଶୋ’ କରି ଆପ୍ର ନୂଆଦିଲ୍ଲୀ ପ୍ରାର୍ଥୀ ସୋମନାଥ ଭାରତୀଙ୍କ ପାଇଁ ଭୋଟ ମାଗିଛନ୍ତି।