ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବରରେ ମେଗା ରୋଡ ଶୋ କରିଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଆରମ୍ଭ କରି ବାଣୀବିହାର ଛକ ପର୍ଯ୍ୟନ୍ତ ଏହି ମେଗା ରୋଡ ଶୋ ଆୟୋଜନ କରାଯାଇଥିଲା ଯେଉଁଠି ଲକ୍ଷ ଲକ୍ଷ ଲୋକ ସାମିଲ ହେଇଥିଲେ। ରୋଡ ଶୋ ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହେଇଥିଲେ।
ଏବେ ମୋଦୀଙ୍କ ଏହି ରୋଡ ଶୋ କୁ ଆକଳନ କରାଯାଉଛି କେତେ ପ୍ରଭାବ ପକେଇବ ଆଗାମୀ ନିର୍ବାଚନକୁ ନେଇ କି। ଆଗାମୀ ୨୫ ତାରିଖରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ସହିତ ପୁରୀ ଓ କଟକ ସଂସଦୀୟ କ୍ଷେତ୍ରରେ ମଧ୍ୟ ଭୋଟ ଗ୍ରହଣ ହେବାକୁ ଯାଉଛି। ମୋଦୀଙ୍କ ଏହି ରୋଡ ଶୋ ଭୁବନେଶ୍ୱର ସହିତ ଏହି ଦୁଇ ସଂସଦୀୟ କ୍ଷେତ୍ରରେ ମଧ୍ୟ ପ୍ରଭାବ ପକେଇବ ବୋଲି ଆକଳନ କରାଯାଇଛି। ଏହା ସହିତ ଅନେକ ବିଧାନସଭା ଆସନ ଜିତିବା ମଧ୍ୟ ସମ୍ଭାବନା ବଢେଇ ଦେଉଛି ବୋଲି ଆଶା କରାଯାଉଛି।