ଶ୍ରୀୟା ସ୍ତୁତି ଛକ ତଥା ବିଜେପି କାର୍ଯ୍ୟାଳୟରୁ ରୋଡ଼ ସୋ ଆରମ୍ଭ କରିବେ ମୋଦି । ଦଳୀୟ କାର୍ଯ୍ୟାଳୟ ସାମ୍ନାରେ କଭରେଜ ପାଇଁ ସ୍ଥାନ ଅଛି। ଏହା ସହ ବିଏମ୍ସି, ରୂପାଲି ଛକ, ଡିସିପି ଅଫିସ ପାଖରେ ଗଣମାଧ୍ୟମ କର୍ମକର୍ତ୍ତା ମାନଙ୍କୁ କଭରେଜ କରିବାକୁ ସ୍ଥାନ ଦିଆଯାଇଛି। ସେହି ପଏଣ୍ଟରେ ରହିକି ମିଡିଆ କଭରେଜ କରିପାରିବେ । ଏଠି ପହଂଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ଡିସିପି ଅଫିସ ପର୍ଯ୍ୟନ୍ତ ଖୋଲା ଗାଡ଼ିରେ ଯାତ୍ରା କରିବେ। ତେଣୁ, ଶୃଙ୍ଖଳା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସହଯୋଗ କରିବାକୁ ଅନୁରୋଧ କଲେ ମୁଖପାତ୍ର ଦିଲ୍ଲୀପ ମହାନ୍ତି । ଭୁବନେଶ୍ୱରର ଗଣମାଧ୍ୟମ ଓ ଲୋକମାନେ ଏତିକି ଶୃଙ୍ଖଳିତ ବୋଲି ପ୍ରଧାନମନ୍ତ୍ରୀ ମୋଦି ଅନୁଭବ କରନ୍ତୁ ଏହା ହି ଆମର ଆଶା । ତେଣୁ ସେଭଳି ଏକ ପରିବେଶ ଆମେ ସୃଷ୍ଟି କରିବା। ଆମେ ସମସ୍ତେ ମିଶି ଏହି କାର୍ଯ୍ୟକ୍ରମ ସଫଳ କରିବା ବୋଲି ସେ ଲୋକଙ୍କୁ ଅନୁରୋଧ କରିଛନ୍ତି ।