ଝାରସୁଗୁଡ଼ା ଲଖନପୁର ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ। ଗାଡ଼ି ଭିତରୁ ମିଳିଲା ପରିବାରର ୩ ଜଣଙ୍କ ମୃତ ଦେହ। ବାପା, ମା ଓ ଝିଅର ଗୁଳିବିଦ୍ଧ ମୃତଦେହ ଉଦ୍ଧାର। ମୃତକ ହେଲେ ଓରିଏଣ୍ଟ୍ ଥାନା ଅନ୍ତର୍ଗତ କାଳିନଗରର ସୁଜିତ ରାୟ, ସ୍ତ୍ରୀ ଖୁସବୁ ରାୟ ଓ ଝିଅ ଅର୍ପିତା ରାୟ । ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିବା ସୂଚନା ମିଳିଛି । ଗତକାଲି ଠାରୁ ସୁଜିତ ନିଜ ପତ୍ନୀ ଓ ଝିଅକୁ ନେଇ ଘରୁ ବାହାରି ଆସିଥିଲେ । ଦୀର୍ଘ ସମୟ ଧରି ଏମାନଙ୍କ ସହ ଯୋଗାଯୋଗ ହୋଇ ନପାରିବାରୁ ପରିବାର ଲୋକେ ନିଖୋଜ ହେବାର ଏତଲା ଦେଇଥିଲେ । ପରେ ପୋଲିସ ସୁଜିତଙ୍କ ମୋବାଇଲ ନମ୍ବରକୁ ଟ୍ରାକ୍ କରି ଲଖନପୁର ଖେଳପଡିଆରେ ପହଞ୍ଚିଥିଲା । ସେଠାରେ କାର ଭିତରେ ତିନି ଜଣଙ୍କ ମୃତଦେହ ମିଳିଥିଲା । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକ ୩ ଜଣ ଓରିଏଣ୍ଟ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ଗତକାଲିଠାରୁ ନିଖୋଜ ଥିବା ନେଇ ପୋଲିସ ତରଫରୁ ଅଭିଯୋଗ କରାଯାଇଥିଲା। ପୋଲିସ ଅଭିଯୋଗ ପାଇବା ପାର ଘଟଣାକୁ ତତ୍ପରତାର ସହିତ ନେଇ ତଦନ୍ତ ଆରମ୍ଭ କରିଥିଲା। ମୋବାଇଲ ଫୋନ ର କଲ ଟ୍ରେସ କରିବା ଜଣା ପଡ଼ିଥିଲା ଫୋନ୍ ଲୋକେଶନ ଲଖନପୁର ଅଞ୍ଚଳରେ ଅଛି। ପରେ ଆଖନପୂର୍ ଥାନା ଅଧିକାରୀଙ୍କୁ ଏନେଇ ଅବଗତ କରାଯାଇଥିଲା , ଖବର ପାଇ ଥାନା ଅଧିକାରୀ ଗୋଟିଏ ସ୍ଵତନ୍ତ୍ର ଟିମ ଗଠନ କରି ଖୋଜିବା ଆରମ୍ଭ କରିଥିଲେ ଏବଂ ଲଖନପୁର ଖେଳ ଓଡ଼ିଆରେ ପହଞ୍ଚି ସେଇଠି ଗାଡ଼ି ଭିତରୁ ମୃତଦେହ ଜବତ କରିଥିଲେ।