ଉପସନାଙ୍କ ପାଇଁ ପ୍ରଚାର କରିବେ ନୀତିନ ଗଡକରି
ଓଡ଼ିଶା ଗସ୍ତରେ ଆସୁଛନ୍ତି ନୀତିନ ଗଡକରି । ଉପସନାଙ୍କ ପାଇଁ କରିବେ ପ୍ରଚାର । ଦେଶରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଚାଲୁରହିଥିବା ବେଳେ ରାଜ୍ୟକୁ କେନ୍ଦ୍ର ମନ୍ତ୍ରୀମାନଙ୍କର ଆଗମନ ଦେଖିବାକୁ ମିଳିଛି। ନିର୍ବାଚନ ପ୍ରଚାର ଖୁବ ଜୋରରେ ଚାଲିଥିବା ବେଳେ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ସେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହାପରେ ସେ କୃଷ୍ଣପ୍ରସାଦରେ ଏବଂ ପିପିଲିରେ ଜନସଭାକୁ ସମ୍ବୋଧନ କରିବେ । ପୁରୀ ଲୋକସଭା ସମେତ ବ୍ରହ୍ମଗିରି ବିଧାନସଭା ପ୍ରାର୍ଥୀ ଉପାସନା ମହାପାତ୍ରଙ୍କ ପାଇଁ ସେ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି ।