ନବରଙ୍ଗପୁରରେ ରୁବେଲା ଭାଇରସ ଆତଙ୍କ । ଦୁଇଟି ବ୍ଲକରେ ୧୮ ଜଣ ରୋଗୀଙ୍କ ଦେହରେ ଜ୍ୱର ଓ ରାସେସ ଲକ୍ଷଣ ଦେଖାଦେଇଛି । ତେନ୍ତୁଳୀଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର ସମସ୍ତ ରୋଗୀଙ୍କ ପାଖକୁ ସ୍ୱତନ୍ତ୍ର ଟିମ୍ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥିସହ ସାମ୍ପୁଲ୍ ଗ୍ରହଣ କରି ICMR କୁ ପଠାଯାଇଛି ।
ସ୍କ୍ରବ ଟାଇଫସ୍ ଓ ଲେପଟୋସ୍ପାଇରାସିସ ପରୀକ୍ଷା ନେଗେଟିଭ ଆସିଥିବା ସୂଚନା ମିଳିଛି । ଏବେ ସ୍ଥିତି ସ୍ୱାଭାବିକ ଅଛି । ରୁବେଲା ଭାଇରସ କି ନୁହଁ ରିପୋର୍ଟ ଆସିଲା ପରେ ଜଣା ପଡିବ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର । ପରୀକ୍ଷାକୁ ଯାଇଥିବା ପାଞ୍ଚଟି ନମୁନାର ରିପୋର୍ଟ ଆସିଛି । ସେଥିମଧ୍ୟରୁ 2 ଟି ରୁବେଲା ପଜିଟିଭ ଥିବା ସୂଚନା ମିଳିଛି । ଅନ୍ୟଗୁଡିକ ମିଳିମିଳା ରୋଗୀ ଚିହ୍ନଟ ହୋଇଛନ୍ତି ।