ବିଶ୍ୱ ବଜାରରୁ କରୋନା ଟିକା ଫେରାଇ ନେବ ଆଷ୍ଟ୍ରେଜେନିକା । କୋଭିସିଲ୍ଡ ଉପରେ କଟକଣା, ଟିକାର ପାଶ୍ୱର୍ପ୍ରତିକୟା ଅଭିଯୋଗକୁ କମ୍ପାନୀ ସ୍ୱିକାର କରିଛି । ପାର୍ଶ୍ୱ ପ୍ରତିକ୍ରିୟା ନେଇ ବିବାଦ ଘେରକୁ ଆସିଛି ବ୍ରିଟେନର ଟିକା ନିର୍ମାଣକାରୀ କମ୍ପାନୀ ଆଷ୍ଟ୍ରାଜେନିକା । ଏବେ କୋଭିଶିଲ୍ଡ ଟିକାର ଭାଗ୍ୟ କଣ ହେବ ତାକୁ ନେଇ ଭାରତର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଆଷ୍ଟ୍ରାଜେନିକାର ଟିକା ପ୍ରତ୍ୟାହାର ଘୋଷଣା । ମାତ୍ର ଟିକା ନେବାର ୪ ବର୍ଷ ପରେ ପାର୍ଶ୍ୱ ପ୍ରତିକ୍ରିୟାର ସମ୍ଭାବନା କମ୍ ଥିବା ଦର୍ଶାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏକ ସପ୍ତାହ ପୂର୍ବରୁ ଆଷ୍ଟ୍ରାଜେନିକାର ଏହି ଟିକାରେ ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଥିବା ନେଇ ବ୍ରିଟେନର ଏକ କୋର୍ଟରେ ତଥ୍ୟ ଦାଖଲ କରାଯାଇଥିଲା । ଟିକା ନେବା ପରେ କିଛି ରୋଗୀଙ୍କ ଠାରେ ଥ୍ରମ୍ବୋସିସ୍ ୱିଥ୍ ଥ୍ରମ୍ବୋସାଇଟୋପେନିଆର ଲକ୍ଷଣ ଦେଖାଯାଉଥିଲା । ଏହାର ପ୍ରଭାବରେ ମଣିଷ ଶରୀରରେ ରକ୍ତଜମାଟ ବାନ୍ଧିବା ଏବଂ ପ୍ଲେଟଲେଟର ମାତ୍ରା ହ୍ରାସ ପାଇବାର ଆଶଙ୍କା ଥିବା କୋର୍ଟରେ ଦାଖଲ କରିଥିବା ତଥ୍ୟରେ ସ୍ୱୀକାର କରିଥିଲା କମ୍ପାନୀ । ମାତ୍ର ବର୍ତମାନ ଏହି ଟିକା ନିର୍ମାଣକାରୀ କମ୍ପାନୀ ବଜାରରୁ ଟିକା ଫେରାଇନେବାର କିଛି ଅନ୍ୟ କାରଣ ଦର୍ଶାଇଛି ।