ବିଗତ କିଛି ଦିନ ହେଲା ଏମିତି ଲାଗୁଛି ରାଜ୍ୟରେ ସରକାର ଗଠନ ହେଲାଣି। କଳି ଲାଗିଛି କିଏ ୯ ତାରିଖରେ ଶପଥ ନେବେ କିଏ ୧୦ ତାରିଖରେ ଶପଥ ନେବେ। ଏଇଠି ବିଜେଡି , ବିଜେପି ବିରୁଦ୍ଧରେ କିଛି କହୁନାହିଁ। ବିଜେପି ଯେତେବେଳ ବିଜେଡିକୁ ଅଟାକ କରୁଛି ସେ ମଧ୍ୟ ଏହାଙ୍କ ନାଁ ନେଉ ନାହାନ୍ତି କିନ୍ତୁ କଂଗ୍ରେସ ୨୪ ବର୍ଷ ହେଲା କଂଗ୍ରେସ ସରକାରରେ ନାହିଁ ହେଲେ କଂଗ୍ରେସର ନାଁ ନନେଲେ ମୋଦୀ ଆଉ ତାଙ୍କ ଦଳର ଭାତ ହଜମ ହେଉ ନାହିଁ। କେବିକେ ଯୋଜନା ବନ୍ଦ କଲା କିଏ, ଓଡ଼ିଶାରେ ୩୩ଟି ଭିନ୍ନ ଭିନ୍ନ ଯୋଜନା ରାଜ୍ୟରେ ଲାଗୁ କରିଥିଲା କଂଗ୍ରେସ ତାହାକୁ ବନ୍ଦ କଲା କିଏ।
ଆଦିବାସୀ ଅଞ୍ଚଳର ସ୍ଵତନ୍ତ୍ର ଯୋଜନା ହେଇଥିଲା TSP ତାହାକୁ ସଙ୍କୁଚିତ କରାଗଲା କାହିଁକି। ଗତ ୫୦ ରୁ ୨୦୦୦ ଭିତରେ ଆମେ ଯେତିକି ଖଣିଜ ପଦାର୍ଥ ବାହାରକୁ ଟ୍ରାନ୍ସପୋର୍ଟ କରିଥିଲୁ ବିଗତ ୧୦ ବର୍ଷରେ ୧୭ ଗୁଣା ବଢ଼ିଛି ଟ୍ରାନ୍ସପୋର୍ଟ କରିବା। ୮ ବର୍ଷରୁ ଅଧିକ ହେଲା ଖଣିଜ ସମ୍ପଦରେ ଯେଉଁ ରୟାଲ୍ଟି ପାଇବା କଥା ସେଇଟା ଓଡ଼ିଶା ପାଉନାହିଁ। କହୁଛନ୍ତି ଓଡ଼ିଶାକୁ ବହୁତ୍ ଅନୁଦାନ ଦେଇଛନ୍ତି , ହେଲେ ଶତକଡ଼ାରେ ଦେଖିଲେ ଆଗରୁ ଓଡ଼ିଶା ଯେତିକି ପାଉଥିଲା ଏବେ ତାହା ବହୁତ୍ କମିଛି। ଆଗରୁ ୬୩ ପ୍ରତିଶତ ପାଇଥିଲା ଏବେ ତାହା ୫୮ ପ୍ରତିଶତକୁ ଖସି ଆସିଛି। ମହାନଦୀ ଶୁଖିଗଲା ତାଙ୍କରି ସମୟରେ, ସେତେବେଳେ ମୋଦୀ କେଉଁଠି ଥିଲେ। କେବଳ ମହାନଦୀ ନୁହେଁ ପୋଲାଭରମ ପ୍ରକଳ୍ପରେ ମଧ୍ୟ ଆମ ପାଣି ଶୁଖେଇଦେଲେ। ଖଣି ନେଲେ, ପାଣି ନେଲେ ଆଉ ଏବେ ଜମି ବି ଗଲାଣି। ଉଭୟ ବିଜେଡି ବିଜେପି ମିଶିକି ଖଣି, ପାଣି ,ଜମି ଲୁଟ୍ କରିଛନ୍ତି। ସବକା ସାଥ ସବକା ବିକାଶ କହୁଥିବା ମୋଦୀଙ୍କ ସମୟରେ ମଜୁରୀ କମିଛି। ଧନୀ ଅଧିକ ଧନୀ ହେଉଛି ଏବଂ ଗରିବ ଅଧିକ ଗରିବ ହେଉଛି। ବିଜେପି ଶୀର୍ଷ ନେତୃତ୍ଵ କହିଛନ୍ତି ବିଜେଡି ସହିତ ଆମର ସର୍ତଭିତୀକ ସମ୍ପର୍କ ଥିଲା ଏବେ ଓଡ଼ିଶା ବାସୀ ଜାଣିବାକୁ ଚାହୁଁଛନ୍ତି ବିଜେଡି କହିବ କି ବିଜେପି କହିବ କଣ ସେଇ ସର୍ତ୍ତ ଥିଲା। ଶାହା ପୋଡ଼ା ଟ୍ରଂସଫର୍ମର କହିଥିଲେ କେବେ ଅସିକି ତାକୁ ମରାମତି କରିଦେଲେ।