ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ମୋଦି । ସ୍ୱତନ୍ତ୍ର ବିମାନ ଯୋଗେ ଆସି ସେ ଭୁବନେଶ୍ୱରର ବିମାନବନ୍ଦରରେ ପହଞ୍ଚିଛନ୍ତି । ଆଜି ରାଜଭବନରେ ରାତ୍ରୀ ଯାପନ କରିବା ପରେ ଆସନ୍ତାକାଲି ମୋଦି ବ୍ରହ୍ମପୁର ଏବଂ ନବରଙ୍ଗପୁର ଗସ୍ତ କରିବେ । ଆସନ୍ତାକାଲି ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ନିର୍ବାଚନୀ ସଭାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ବିମାନବନ୍ଦରରେ ପହଞ୍ଚିଥିଲେ । ପହଂଚିବା ପରେ ଦଳୀୟ ଚିହ୍ନ ପଦ୍ମ ଚି଼ହ୍ନ ଦେଖାଇ ସମର୍ଥକଙ୍କୁ ଉତ୍ସାହିତ କରିଥିଲେ ପ୍ରଧାନମନ୍ତ୍ରୀ । ଏଥିସହ ନିର୍ବାଚନୀ ପ୍ରଚାର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜଣାପଡିଛି । ତେବେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସୁରକ୍ଷା ବଳୟ ଭିତରେ ସେ ରାଜଭବନ ଯାଇଛନ୍ତି ।