ଆଜି ଓଡ଼ିଶାର ରାଜ୍ୟ ରାଜନୀତିରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ପାଇଁ ପ୍ରଚାରର ମଙ୍ଗ ଧରି ପ୍ରଚାର କରିଥିବା ବେଳେ ଅନ୍ୟପଟେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳର କର୍ମୀଙ୍କ ପାଇଁ ପ୍ରଚାର କରିଛନ୍ତି। ବ୍ରହ୍ମପୁରରେ ମୋଦୀ ଜନସାଧାରଣଙ୍କୁ ସମ୍ବୋଧିତ କରିଥିବା ବେଳେ ସେ ସେଇଠି ସାଧାରଣ ଜନତାଙ୍କୁ କହିଥିଲେ ଏଥର ଓଡ଼ିଶାରେ ବିଜେପି ସରକାର ଏବଂ ଆମର ମୁଖ୍ୟମନ୍ତ୍ରୀ ଆସନ୍ତା ଜୁନ ୧୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସେଥିପାଇଁ ମୁଁ ଆପଣ ମାନଙ୍କୁ ନିମନ୍ତ୍ରଣ କରିବାକୁ ଆସିଛି। ଏହାର ଜବାବ ରଖିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ। କଳାହାଣ୍ଡିରେ ପ୍ରଚାର ସମୟରେ ପାଣ୍ଡିଆନ କହିଥିଲେ ଆପଣ ମାନଙ୍କ ଆଶୀର୍ବାଦରେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଜୁନ ୯ ତାରିଖ ସକାଳ ୧୧:୩୦ ରୁ ୧:୩୦ ଭିତରେ ଆଉ ଥରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ବୋଲି ସମ୍ବୋଧନ କରି କହିଥିଲେ।
ସୂଚନା ଥାଉ କି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଅଛନ୍ତି ଏବଂ ବ୍ରହ୍ମପୁର ଓ ନବରଙ୍ଗପୁର ଦୁଇଟି ଲୋକସଭା ଆସନରେ ପ୍ରଚାର କରିଛନ୍ତି। ଆସନ୍ତା ୧୩ ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଉଭୟ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି।