Sujata Karthikeyan transferred from mission Shakti to Odisha Finance department
ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କ ହେଲା ବଦଳି । ମିଶନ ଶକ୍ତି ବିଭାଗ ସାଙ୍ଗକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରୁ ମଧ୍ୟ ବଦଳି ହେଲେ ସୁଜାତା କାର୍ତ୍ତିକେୟନ । ଏଥିସହିତ ତାଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ମିଳିଛି । ବିଜେପି ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା । ଯାହାର ଫଳସ୍ୱରୂପ କାଲି ବଦଳି ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ । ଆଉ ଆଜି ତୁରନ୍ତ ତାଙ୍କର ବଦଳି ହୋଇଛି । ତାଙ୍କ ବଦଳରେ ଶାଲିନୀ ପଣ୍ଡିତଙ୍କୁ ଏବେ ମିଶନ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

