ବ୍ରହ୍ମଗିରି:-ବିଜେପି ର ହେବ ବିଜୟ! ପୁଣି ବିଜେଡି ଚାଖିବ ପରାଜୟର ସ୍ବାଦ। ୨୦୧୯ର ପୂର୍ଣ୍ଣରାବୃତ୍ତି ହେବ ୨୦୨୪ ସାଧାରଣ ନିର୍ବାଚନରେ । ୨୦୧୯ ରେ ବିଜେଡିର ହେବିଓ୍ବେଟ୍ ନେତାଙ୍କୁ ବ୍ରହ୍ମଗିରି ରେ ଧୂଳି ଚଟାଇଥିଲେ ବର୍ତମାନର ବିଜେପି ବିଧାୟୀକା ପ୍ରାର୍ଥୀନି ଉପାସନା ମହାପାତ୍ର ଙ୍କ ଦାଦା ତଥା ବର୍ତମାନର ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ଆଉ ୨୦୧୯ ର ପୂର୍ଣ୍ଣରାବୃତ୍ତି ନେଇ ଏବେ ଠାରୁ ମିଳିଲାଣି ସଂକେତ। ବ୍ରହ୍ମଗିରି କୃଷ୍ଣପ୍ରସାଦ, ପୁରୀ ସଦର ତିନୋଟି ଯାକ ବ୍ଲକରେ ଉପାସନା ଙ୍କ ପ୍ରତି ବିପୁଳ ଜନସମର୍ଥନ ସହ ବଢୁଛି ଉପାସନାଙ୍କ କ୍ରେଜ,ଆଉ ଆମଦାନୀ ବିଜେଡି ନେତା ଉମାକାନ୍ତଙ୍କୁ ଭରଷା କରିପାରୁନାହାନ୍ତି ଭୋଟର। ବ୍ରହ୍ମଗିରି ରାଜନୀତି ଧୀରେ ଧୀରେ ଉଷ୍ଣହେବାରେ ଲାଗିଛି। ଏହାରି ଭିତରେ ବ୍ରହ୍ମଗିରିର ୩ ଥରର ବିଧାୟକ ଲୁଲୁମହାପାତ୍ରଙ୍କ ସୁକନ୍ୟା ଉପାସନାଙ୍କ ଉପରେ ଭୋଟରଙ୍କର ରହିଛି ବିପୁଳ ସମର୍ଥନ।ମାଟିର ଝିଅକୁ ମାଟିରେ ବିଧାୟିକା କରିବା ନେଇ ନିଷ୍ପତି ନେଲେଣି ବ୍ରହ୍ମଗିରି ବାସି!